ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ରରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଯୁଦ୍ଧ ଜାହାଜଟି ବ୍ୟାପକ ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି। ଏହା ସହିତ ଜାହାଜରେ ମୁତୟନ ଥିବା ଜଣେ କନିଷ୍ଠ ନାବିକ ନିଖୋଜ ହୋଇଯାଇଛନ୍ତି। ଅଗ୍ନିକାଣ୍ଡ ଘଟଣା ଉପରେ ଭାରତୀୟ ନୌସେନା ତଦନ୍ତ ନିର୍ଦେଶ ଦେଇଛି। ନୌସେନାର କହିବା ଅନୁଯାୟୀ ମୁମ୍ବଇର ନାଭାଲ ଡକୟାର୍ଡରେ ଯୁଦ୍ଧ ଜାହାଜର ମରାମତି କାର୍ଯ୍ୟ ଚାଲିଥିବାବେଳେ ସୋମବାର ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ନାଭାଲ ଡକୟାର୍ଡର ଅଗ୍ନିଶମ ବାହିନୀ, ଜାହାଜ କର୍ମଚାରୀ ଓ ଅନ୍ୟ ଜାହାଜର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି। ନିଆଁକୁ ଆୟତ୍ତ ପରେ ସଫେଇ ଓ ଅନ୍ୟାନ୍ୟ ପ୍ରତିକାର ମୂଳକ ପଦକ୍ଷେପ ନିଆଯାଇଛି। INS ବ୍ରହ୍ମପୁତ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ। ରାଜନାଥ ନିଖୋଜ ନାବିକଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା କରିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନୌସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….