ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହା ସହିତ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନ ହୋଇଛି । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଗତ ଫେବ୍ରୁଆରି ମାସରେ ଅର୍ଥମନ୍ତ୍ରୀ ଏକ କାମଚଳା ବଜେଟ୍ ଆଗତ କରିଥିଲେ । ଏହି କାମଚଳା ବଜେଟର ଅବଧି ଏପ୍ରିଲଠାରୁ ଜୁଲାଇ ପର୍ଯ୍ୟନ୍ତ ଥିଲା । ଏବେ ନିର୍ବାଚନ ପରେ ଅର୍ଥମନ୍ତ୍ରୀ ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଆଜି ପୂର୍ବାହ୍ଣରେ କେନ୍ଦ୍ର କ୍ୟାବିନେଟ ଏହି ବଜେଟକୁ ମଂଜୁରୀ ଦେଇଥିଲା । ୯ଟି କ୍ଷେତ୍ର ଉପରେ ଫୋକସ୍
ବିକଶିତ ଭାରତ ପାଇଁ ନିଜର ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ୯ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇଛନ୍ତି । ସେଗୁଡ଼ିକ ହେଉଛନ୍ତି କୃଷି, ରୋଜଗାର, ଅନ୍ତର୍ଭୁକ୍ତ ବିକାଶ, ଉତ୍ପାଦନ ଓ ସେବା କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ଉଦ୍ଭାବନ, ଗବେଷଣା ଓ ବିକାଶ ଓ ନୂଆ ପିଢିର ସଂସ୍କାର ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..