Report Card Odisha

| Daily Odia News

ନୌସେନାରେ ସାମିଲ ହେଲା ‘ସ୍କର୍ପିନ୍‌-କ୍ଲାସ୍‌’‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ମୁମ୍ବାଇ ଠାରେ ଭାରତୀୟ ନୌସେନାରେ ସାମିଲ କରାଯଇଛି ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’ । ଏହି ଅବସରରେ ଆୟୋଜିତ ଉତ୍ସବରେ ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଭିଏସ୍‌ ଶେଖାଓ୍ଵତ୍‌ ଉପସ୍ଥିତ ଥିଲେ। ଏଥିରେ ଉଦ୍‌ବୋଧନ ଦେଇ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ କହିଲେ, ଗତ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟକରଣ ଏବଂ ଆତ୍ମନିର୍ଭରତାର ଦୃଢ଼ ସମର୍ଥକ ହୋଇ ଆସିଛି। ସମ୍ପ୍ରତି, ଠିକ୍‌ ଭାବେ ଚାଲିଥିବା ୪୨ଟି ଜାହାଜ ଓ ବୁଡ଼ାଜାହାଜରୁ ୪୦ଟି ଭାରତୀୟ ‘ସିପ୍‌ୟାର୍ଡ’ରେ ନିର୍ମିତ। ନୌସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ନୌସେନାର ଅଭିବୃଦ୍ଧିର ଗାଥା ଏବଂ ଏହାର ଭବିଷ୍ୟତ ମାର୍ଗଧାରା ନିମନ୍ତେ ଆତ୍ମନିର୍ଭରତା ବା ଭାରତୀୟକରଣ ହେଉଛି ସ୍ୱତଃସ୍ଫୂର୍ତ ଉଦ୍ଦୀପନା। ସୂଚନାଯୋଗ୍ୟ, ଏହି ବର୍ଗର ଦୁଇଟି ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କଲବରି’ ଏବଂ ‘ଆଇଏନ୍‌ଏସ୍‌ ଖଣ୍ଡେରି’ ଏହା ପୂର୍ବରୁ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ଏହି ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ବେଲା’କୁ ସମୁଦ୍ରରେ ପରୀକ୍ଷା କରାଯାଉଛି।

Breaking News