ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାପାଙ୍କର ସ୍ୱପ୍ନ ଥାଏ କି ପିଲାମାନେ ବଡ ଏବଂ ଭଲ ମଣିଷ ହୁଅନ୍ତୁ ବୋଲି | ଆଉ ତାଙ୍କ ଠାରୁ ଆଗକୁ ଯାଆନ୍ତୁ | ବାପାମା ପିଲାଙ୍କ ସଫଳ ପଛରେ ରହିଥାନ୍ତି | ପିଲାମାନେ ସଫଳତା ପାଇଲେ ବାପା ଓ ମା’ ଗର୍ବ ଅନୁଭବ କରନ୍ତି। ଏଭଳି ଏକ ଘଟଣା ଘଟିଛି ITBP ପାସିଂ ଆଉଟ ପରେଡରେ |କାରଣ ଯେଉଁଠାରେ ବାପା ଇନ୍ସପେକ୍ଟର ଅଛନ୍ତି ସେହିଠାରେ ହିଁ ଝିଅ ଆସିଷ୍ଟାଣ୍ଡ କମାଣ୍ଡର ଭାବରେ ନିଯୁକ୍ତି ପାଇଛନ୍ତି ଝିଅ ଦୀକ୍ଷା । ଆଉ ବୋଧହୁଏ ଏହି ଖୁସି ବାପାଙ୍କଠାରୁ ଆଉ କିଛି ହୋଇ ନପାରେ। ନିଜ ଝିଅକୁ ଏହି ପୋଷ୍ଟରେ ଦେଖିବା ପରେ ଖୁସି ହୋଇ ବାପା ସାଲ୍ୟୁଟ୍ ମାରିଛନ୍ତି,ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝିଅ ହୋଇଥିଲେ ବି ନିଜ ଉପର ପୋଷ୍ଟରେ ରହିଥିବାରୁ ତାଙ୍କୁ ସାଲ୍ୟୁଟ୍ ମାରିଛନ୍ତି ବାପା। ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବା ପରେ ଅନେକ କଂମେଟ୍ ଆସିଛି। ଅନେକ କହିଛନ୍ତି କି ଏହାଠାରୁ ବୋଧହୁଏ ଆଉ କିଛି ଗର୍ବର ବିଷୟ ତାଙ୍କ ବାପାଙ୍କ ଲାଗି ହୋଇନପାରେ। ଫଟୋକୁ ସମସ୍ତେ ତାରିଫ୍ କରିବା ସହ ସାଲ୍ୟୁଟ୍ ମଧ୍ୟ କରିଛନ୍ତି। ତେବେ ଇନ୍ସପେକ୍ଟରଙ୍କ ନାମ କମଲେଶ ବୋଲି ସୂଚନା ମିଳିଛି। କମଲେଶ ବର୍ତ୍ତମାନ ସମୟରେ ITBPର ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି ଆଉ ଝିଅ ସେହିଠାରେ ହିଁ କମାଣ୍ଡାଣ୍ଟ ପଦବୀ ପାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କମଲେଶ ଦୀକ୍ଷାଙ୍କୁ ନେଇ ପିଲା ବେଳୁ ହିଁ ସ୍ୱପ୍ନ ଦେଖିଥିଲେ। କେମିତି ସେ ବଡ଼ ମଣିଷ ହେବ ଓ ବଡ଼ ଚାକିରି କରିବ। ଆଉ ବାପାଙ୍କର ସ୍ୱପ୍ନକୁ ସାକାର କରିଦେଖାଇଛନ୍ତି ଦୀକ୍ଷା। ମୋଟ୍ ଉପରେ ଦୀକ୍ଷାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏବେ ଜୋରଦାର ଚର୍ଚ୍ଚା ହେଉଛି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..