ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟିଇଟି ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ଏକ ବଡ ଖବର ସାମ୍ନାକୁ ଆସିଛି। ଟିଇଟି ପାସ୍ କରିବା ଅବଧି ୨ ରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୨୮ ଅଗଷ୍ଟ ୩୧ ସୁଦ୍ଧା ଟିଇଟି କ୍ଲିୟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିଇଟି ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ ନିର୍ଦ୍ଦେଶ ଥିବା ସହ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଏହା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..