ରିପୋର୍ଟ କାର୍ଡ / କଟକ
IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ ପ୍ରସଙ୍ଗ ଉପରେ ବିଷ୍ଣୁପଦଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା। ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି। ବିଷ୍ଣୁପଦ ସରକାରଙ୍କ ପକ୍ଷରୁ ଜବାବ ଦାଖଲ, ସମୟ ନେଇଥିବା ବେଳେ ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେଣୁ ଏହା ସ୍ପଷ୍ଟ ଯେ ସିବିଆଇ ଚାହିଁଲେ ବି ବର୍ତ୍ତମାନ ବିଷ୍ଣୁଙ୍କୁ ବାନ୍ଧିପାରିବନି । ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ସବିଆଇର ୮ ଜଣିଆ ଟିମ୍ ଚଢ଼ାଉ କରିଥିଲା । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ବି ହାଜର ବିଷ୍ଣୁପଦ ସେଠୀ ହେଉ ନ ଥିଲେ । ପରେ ତାଙ୍କ ବାସଭବନରେ ଚଢ଼ାଉ ହୋଇଥିଲା। ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା । ବିଷ୍ଣୁପଦ ଏସବୁ ଅଭିଯୋଗକୁ ଗଣମାଧ୍ୟମ ସାମ୍ନାରେ ଖଣ୍ଡନ କରିଥିଲେ । ସେ କହିଥିଲେ, ମୁଁ ଗତ ୩୦ ବର୍ଷ ହେଲା ଓଡ଼ିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ବରଂ ତାଙ୍କୁ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଥିବା ବିଷ୍ଣୁପଦ କହିଥିଲେ ।






More Stories
TET କ୍ଲିୟର କରିବାକୁ ନିର୍ଦ୍ଦେଶ…..
ଗ୍ୟାସ୍ ଟ୍ରାଜେଡି:ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି,୧୦ ଲକ୍ଷ ସହାୟତା ରାଶି ଘୋଷଣା…..
୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ଛୁଇଁବ ମୌସୁମୀ…..