Report Card Odisha

| Daily Odia News

ସେପ୍ଟେମ୍ବର ୧୯ରୁ ଆଇପିଏଲ ସିଜିନ-୧୪ର ବାକି ମ୍ୟାଚ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବାକିଥିବା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ତେବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବା ସହ ସେପ୍ଟେମ୍ବର ୧୯ରେ ଏହା ଆରମ୍ଭ ହେବ ବୋଲି ଜଣାପଡିଛି । ଏନେଇ ବିସିସିଆଇ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି। ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।

Breaking News