ରିପୋର୍ଟ କାର୍ଡ / ହାଇଦ୍ରାବାଦ
ଜୁନ୍ ୨୦ ଯାଏ ବଢ଼ିଲା ଆନ୍ଧ୍ରପ୍ରଦେଶର କରୋନା କର୍ଫ୍ୟୁ | ଏନେଇ ଆନ୍ଧ୍ରପ୍ରଦେଶ ସରକାର ଘୋଷଣା କରିଛନ୍ତି । ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କରୋନା କର୍ଫ୍ୟୁ ବଢିବା ସହିତ କଟକଣାକୁ କିଛିଟା କୋହଳ ମଧ୍ୟ କରାଯାଇଛି। ନୂତନ ଆଦେଶ ଅନୁଯାୟୀ, ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣାରେ କୋହଳ କରାଯିବ। ଏହାସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସକାଳ ୮ ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି |






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….