Report Card Odisha

| Daily Odia News

ଆମେରିକା ଯୁଦ୍ଧ ଜାହାଜ ଉପରେ ଇରାନର ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଓମାନ ସାଗରରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଏକ ଭୟଙ୍କର ରୂପ ନେଇଛି। ଇରାନର ଏକ ମାଲବାହୀ ଜାହାଜ ଉପରେ ଆମେରିକା ଆକ୍ରମଣ କରିବା ପରେ ଇରାନ ପକ୍ଷରୁ ଆମେରିକା ଯୁଦ୍ଧ ଜାହାଜଗୁଡ଼ିକ ଉପରକୁ ଡ୍ରୋନ୍ ମାଡ଼ କରାଯାଇଛି। ଆମେରିକାର ନୌସେନା ଜାହାଜ ‘ୟୁଏସ୍ଏସ୍‌ ସ୍ରୁଆନ୍ସ’ ଇରାନର ପତାକାଧାରୀ ମାଲବାହୀ ଜାହାଜ ‘ଟୁସ୍କା’କୁ ଓମାନ ସାଗରରେ ଅଟକାଇଥିଲା। ଆମେରିକାର ଦାବି ଅନୁଯାୟୀ, ଏହି ଜାହାଜଟି ନୌସେନା ଅବରୋଧର ନିୟମ ଭଙ୍ଗ କରୁଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ଇରାନର ଜାହାଜଟି ନ ଅଟକିବାରୁ, ଆମେରିକା ଯୁଦ୍ଧ ଜାହାଜ ଏହାର ଇଞ୍ଜିନ ରୁମ୍‌କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା, ଯାହାଫଳରେ ଜାହାଜଟି ଅଚଳ ହୋଇଯାଇଥିଲା। ଏହା ପରେ ଆମେରିକା ମେରାଇନ୍ସ ଜାହାଜକୁ ନିଜ କବ୍‌ଜାକୁ ନେଇଛି। ଏହି ଘଟଣା ପରେ ଇରାନର ସେନା ଆମେରିକାର ଯୁଦ୍ଧ ଜାହାଜଗୁଡ଼ିକ ଉପରକୁ ଅନେକ ଡ୍ରୋନ୍ ଛାଡ଼ିଥିଲା। ଇରାନ ଦାବି କରିଛି ଯେ ସେମାନଙ୍କର ପ୍ରତିକ୍ରିୟା ଯୋଗୁଁ ଆମେରିକା ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ। ଏହି ଉତ୍ତେଜନା ଯୋଗୁଁ ଇରାନ ପୁଣିଥରେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛି। ଫଳରେ ବିଶ୍ୱର ତୈଳ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନର ଜାହାଜ ଆମେରିକାର ଅବରୋଧକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲା, ତେଣୁ ଏହାକୁ ଅଟକାଗଲା। ବର୍ତ୍ତମାନ ସେହି ଜାହାଜ ଆମେରିକା ନିୟନ୍ତ୍ରଣରେ ଅଛି।

Breaking News