Report Card Odisha

| Daily Odia News

୪୮ ବର୍ଷ ବୟସରେ ପହଁଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର…..

London: Indian legendary cricketer Sachin Tendulkar during the final match of the 2019 World Cup between New Zealand and England at the Lord's Cricket Stadium in London, England on July 14, 2019. (Photo: Surjeet Yadav/IANS)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି ଜନ୍ମ ଦିନ | ଆଜିକୁ ୪୮ ବର୍ଷ ବୟସରେ ପାଦଥାପିଛନ୍ତି। ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। କ୍ରିକେଟ ଜଗତରେ ସର୍ବାଧିକ ରନ ସଂଗ୍ରହ ସହିତ ଅନ୍ୟାନ୍ୟ ବହୁ ରେକର୍ଡର ଅଧିକାରୀ ସଚିନ ୨୦୧୩ରେ କ୍ରିକେଟରୁ ଅବସର ନେଇଥିଲେ। ସେ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିଲେ। ସୂଚନାଯୋଗ୍ୟ ଯେ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଭାଗନେଇ ତେନ୍ଦୁଲକର ନିକଟରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ ତାଙ୍କ ଜନ୍ମଦିନ ପାଳନ କରିନାହାନ୍ତି। ଗତବର୍ଷ କୋଭିଡ ବିରୋଧୀ ଲଢେଇରେ ସାମିଲ ହୋଇଥିବା ସମ୍ମୁଖ ଭାଗ ଯୋଦ୍ଧାଙ୍କ ସମ୍ମାନାର୍ଥେ ସେ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ। ସଂପ୍ରତି କୋଭିଡ କଟକଣା ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବହୁ ପୁରାତନ ଓ ବର୍ତ୍ତମାନର କ୍ରିକେଟ ଖେଳାଳି, ରାଜନୀତିଜ୍ଞ, ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ତେନ୍ଦୁଲକରଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

Breaking News