Report Card Odisha

| Daily Odia News

ମଦ ନମିଳିବାରୁ ସାନିଟାଇଜର ପିଇ ୭ ମୃତ…..

The FDA has put a halt on hand sanitizer imports from Mexico after potential contamination.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ରୋକିବା ପାଇଁ କର୍ଫ୍ୟୁ, ସଟଡାଉନ ଏବଂ ଲକଡାଉନ ଜାରିରହିଛି । ଏହି ସମୟରେ କେବଳ ଜରୁରୀ ସାମଗ୍ରୀଗୁଡ଼ିକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିଛି। କର୍ଫ୍ୟୁ ପାଇଁ ମଦ ଦୋକାନ ଗୁଡ଼ିକରେ ମଧ୍ୟ ତାଲା ପଡ଼ିଛି। ମଦ ଦୋକାନରେ ତାଲା ପଡ଼ିଥିବାରୁ କିଛି ଲୋକ ହ୍ୟାଣ୍ଡ ସାନିଟାଇଜର ପିଇ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ରର ଯବତମାଲା ଅନ୍ତର୍ଗତ ୱାନି ତହସିଲରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୱାନି ପୋଲିସ ଷ୍ଟେସନର ବୈଭବ ଯାଦବ କହିଛନ୍ତି, କର୍ଫ୍ୟୁ ଯୋଗୁ ମହାରାଷ୍ଟ୍ରରେ ଏବେ ମଦ ଦୋକାନ ବନ୍ଦ। ଏପ୍ରିଲ ୧୪ରୁ ମଦ ଦୋକାନ ବନ୍ଦ ଥିବାରୁ କିଛି ଲୋକ ସାନିଟାଇଜରରେ ଆଲକହଲ ଥିବାରୁ ଏହାକୁ ପିଇ ଦେଇଥିଲେ। ଏଥିପାଇଁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହେଲେ ଆମେ ୪ଟି ଶବର ବ୍ୟବଚ୍ଛେଦ କରିପାରିନାହୁଁ। କାରଣ ପରିବାର ଲୋକ ଆମକୁ ନ ଜଣାଇ ଏହାର ସଂସ୍କାର କରିଦେଇଛନ୍ତି। ବାକି ୩ଟି ଶବର ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସାନିଟାଇଜର ସେବନ ବୋଲି କୁହାଯାଇଛି। ଆମେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସୂଚନା ଅନୁସାରେ ମଦ ଦୋକାନ ବନ୍ଦ ଥିବାରୁ ଏହାର କଳାବଜାରୀ ହେଉଛି। ୨୫୦ ଏମଏଲ ବିଦେଶୀ ମଦର ଦାମ ୫ଶହ ଟଙ୍କା ଓ ଦେଶୀ ମଦର ଦାମ ୨୫୦ ଟଙ୍କା ରହିଛି। ଏତେ ଟଙ୍କା ଦେଇ ମଦ କିଣି ନ ପାରିବାରୁ ସାନିଟାଇଜରକୁ ଲୋକେ ପିଇ ଦେଉଛନ୍ତି। ସାନିଟାଇଜର ପିଇ ପ୍ରାଣ ହରାଇଥିବା ଲୋକମାନେ ଭୁଲ ତଥ୍ୟର ଶିକାର ହୋଇଥିଲେ। ୩୦ ଏମଏଲ ସାନିଟାଇଜର ୨୫୦ ଏମଏଲ ମଦ ଭଳି ନିଶା ଦେବ ବୋଲି ସେମାନେ ଭୁଲ ତଥ୍ୟ ହାସଲ କରିଥିଲେ। ଏହାକୁ ସତ ଭାବି ସେମାନେ ଏକାଠି ହୋଇ ୫ ଲିଟର ସାନି ଟାଇଜର କିଣିଥିଲେ। ଏହାକୁ ନେଇ ସମସ୍ତେ ଶୁକ୍ରବାର ରାତିରେ ପାର୍ଟି କରିଥିଲେ। ଏହି ସମୟରେ ସାନିଟାଇଜରକୁ ମଦ ବୋଲି ବେବଚନା କରି ପିଇ ଦେଇଥିଲେ। ସାନି ଟାଇଜର ପିଇବାର କିଛି ସମୟ ପରେ ସମସ୍ତେ ବାନ୍ତି କରିବା ଆରମ୍ଭ କରିଥିଲେ। ଏଥିସହ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ପରେ ଜଣେ ପ୍ରାଣ ହରାଇଛନ୍ତି।

Breaking News