ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଆଉ ହମାସ୍ର ମଧ୍ୟରେ ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ଏହା ଭୟଙ୍କର ରୂପ ନେଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ପକ୍ଷରୁ ଗାଜାକୁ ହମାସ୍ ଆତଙ୍କବାଦୀ ମୁକ୍ତ ଅଭିଯାନ ସ୍ବରୂପ ହମାସ୍ର ୬ ପ୍ରମୁଖ କମାଣ୍ଡରକୁ ନିପାତ ହୋଇଥିବା ଦାବି କରାଯାଇଛି। ଗାଜାସ୍ଥିତ ହମାସ୍ର ଯୁଦ୍ଧ ପରିଚାଳନା କେନ୍ଦ୍ର ଇସ୍ରାଏଲର ବିମାନ ଆକ୍ରମଣରେ ଧ୍ବଂସ ପାଇଯାଇଛି। ଆଇଡିଏଫ୍ ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ନିର୍ଦିଷ୍ଟ ସ୍ଥାନକୁ ଲକ୍ଷ୍ୟକରି ଆକ୍ରମଣ କରାଯିବାରୁ ସଫଳତା ମିଳିଥିବା କୁହାଯାଇଛି। ଏହି କମାଣ୍ଡରଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ ବିଭାଗ ମୁଖ୍ୟ ମୁଏତାଜ୍ ଇଦ୍, ବିମାନ ବାହିନୀ ମୁଖ୍ୟ ଅବୁ ମୁରାଦ, ନୁଖ୍ବା ବାହିନୀର ବରିଷ୍ଠ ଅଧିକାରୀ ବିଲାଲ ଅଲ୍ କେଦ୍ରା, ଜୋଦ୍ ଅବୁ ସମ୍ଲା, ଜାକାରିଆ ଅବୁ ମାମାର ଓ ଅଲ୍ କାଦି। ଇସ୍ରାଏଲ ପକ୍ଷରୁ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି; ଯେଉଁଥିରେ ହମାସ୍ ଆ୍ତଙ୍କବାଦୀ ନିରୀହ ଲୋକଙ୍କୁ ଆଖିବୁଜା ହତ୍ୟା କରିଚାଲିଥିବା ଦେଖାଯାଉଛି। ଏହି ତିନି ମିନିଟ୍ ଭିଡିଓ ୭ତାରିଖ ହମାସ୍ ଆକ୍ରମଣର ବୋଲି ଜଣାପଡ଼ିଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..