Report Card Odisha

| Daily Odia News

ଗାଜାକୁ ଦଖଲ କରିବ ଇସ୍ରାଏଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଯୋଜନା କରିଛି ଇସ୍ରାଏଲ। ଖୁବଶୀଘ୍ର ଗାଜାକୁ ପୂର୍ଣ୍ଣ ରୂପେ କବଜା କରାଯିବ ବୋଲି ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଓ୍ବାଇ ନେଟ୍‌ ଅନୁସାରେ ଅଧିକାରୀ ଜଣକ କହିଛନ୍ତି, ଆମେ ଗାଜା ଷ୍ଟ୍ରିପକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିବାକୁ ଯାଉଛୁ। ବର୍ତ୍ତମାନ ସମୟରେ ଇସ୍ରାଏଲ ସେନା ଗାଜାର ୭୫ ପ୍ରତିଶତ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇସାରିଛନ୍ତି। ନୂଆ ଯୋଜନା ଅନୁସାରେ ସୈନ୍ୟମାନେ ଅବଶିଷ୍ଟ ଅଞ୍ଚଳକୁ କବଜା କରିବେ। ଇସ୍ରାଏଲ ନାଗରିକମାନଙ୍କୁ ଯେଉଁଠାରେ ପଣବନ୍ଦୀ କରି ରଖାଯାଇଛି​‌ ସେହି ଅଞ୍ଚଳକୁ ବି ଦଖଲ କରାଯିବ। ଏହି ଯୋଜନାରେ ବହୁ ସଂଖ୍ୟାରେ ଜନସାଧାରଣଙ୍କ ମୃତ୍ୟୁ ହେବାର ବିପଦ ରହିଛି ବୋଲି ସେ କହିଚନ୍ତି।ଇସ୍ରାଏଲର ଖ୍ୟାତନାମା ସାମ୍ବାଦିକ ଅମିତ ସେଗଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ମତକୁ ଆଧାର କରି କହିଛନ୍ତି, ଏଥିପାଇଁ ନିଷ୍ପତ୍ତି ହୋଇସାରିଛି। ଗାଜାକୁ ଦଖଲ କରିବା ଲାଗି ଇସ୍ରାଏଲ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି। ଯଦି ଏବେ ପଦକ୍ଷେପ ନିଆଯିବ ନାହିଁ, ତେବେ ହମାସ ପଣବନ୍ଦୀ ରଖିଥିବା ସମସ୍ତ ଇସ୍ରାଏଲ ନାଗରିକ ଭୋକରେ ପ୍ରାଣ ହରାଇବେ ବୋଲି କହିଛନ୍ତି।

Breaking News