Report Card Odisha

| Daily Odia News

ଶ୍ରୀଜଗ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କାର୍ଯ୍ୟ କାରୀ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର
୦୫ /୦୩ / ୨୦୨୧

ଶ୍ରୀଜଗ୍ନାଥ ସଂସ୍କୃତି ପରିଷଦ ଓଡିଶା ଭୁବନେଶ୍ୱର ପକ୍ଷରୁ ଏକ କାର୍ଯ୍ୟ କାରୀ ବୈଠକ କରାଯାଇଛି | ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ଆଗେଇନେବାକୁ,ଆସନ୍ତା ୭.୩.୨୧ ସନ୍ଧ୍ୟା ୬ ଟା ରେ ବିଷ୍ଣୁ ମନ୍ଦିର ଶହୀଦନଗର ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ “ଜାମାଲାଗି ବେଶ”ସହିତ ,ଭଜନ ଓ ୧୬୨ତମ କଥାମୃତ ଅନୁଷ୍ଠିତ ହେବ | ପଣ୍ଡିତ ଶ୍ରୀ କାଶୀନାଥ ମିଶ୍ର, ସ୍କନ୍ଦ ପୁରାଣ ରେ ଲିଖିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମାହାତ୍ମ୍ୟ ସମସ୍ତଙ୍କୁ ଅବଗତ କରାଇବେ | ମହାପ୍ରଭୁ ଙ୍କ ସଂସ୍କୃତି ଆମ ସଂସ୍କୃତି କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ, ମାର୍ଚ୍ଚ ୨୦.୩.୨୧ ବିଶ୍ୱପଖଳ ଦିବସ ଅବସରରେ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ଠାରେ ଏକ ସ୍ବତନ୍ତ୍ର ଉତ୍ସବ କରାଯିବ | ଏହା ସହିତ ସମସ୍ତଙ୍କୁ ମହାପ୍ରସାଦ ଅଭଡ଼ା ପଖାଳ ସାଙ୍ଗରେ ବିଭିନ୍ନ ବ୍ୟଞ୍ଜନ ସମସ୍ତଙ୍କୁ ପରସା ଜିବ , ଓଡ଼ିଶାରେ ଥିବା ଶ୍ରଜଗନ୍ନାଥଂକ ଚେତନା ସେବା ସମିତି ଓ ଚେତନା କେନ୍ଦ୍ର ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ନିମନ୍ତେ ସ୍ଥିର ହୋଇଛି | ଏହାର ମୂଳ ଲକ୍ଷ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ କୁ ସମସ୍ତଙ୍କ ମନରେ ଉଦଜିବିତ କରାଇବା ଓ ଭାଇଚାରା ର ବାର୍ତ୍ତା ସମାଜ କୁ ଦେବାକୁ ସ୍ଥିର କରାଯାଇଛି | ଏହି କାର୍ଯ୍ୟକାରୀ ବୈଠକ କୁ ଉପଦେଷ୍ଟା ଶ୍ରୀ ରବିନାରାୟଣ ମିଶ୍ର ସଭାପତି ଭାବେ ପରିଚାଳନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବାଳକୃଷ୍ଣ ପଣ୍ଡା, ଶ୍ରୀ ରବିନାରାୟଣ ମହାପାତ୍ର, ଶ୍ରୀନାରାୟଣ ମହାପାତ୍ର, ଶ୍ରୀ ଅଜୟ ହରିଚନ୍ଦନ, ଶ୍ରୀ ଦାମୋଦର ସେନାପତି, ଶ୍ରୀ ଗୌରାଙ୍ଗ ନାୟକ, ଶ୍ରୀ ମନୋରଞ୍ଜନ ମହାନ୍ତି,ଶ୍ରୀ ଅଖିଳ ସାହୁ, ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ଗିରିଜା ଶଙ୍କର ମହାପାତ୍ର,ଶ୍ରୀ ଲଳିତ ମୋହନ ପଣ୍ଡା, ଶ୍ରୀ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଯୋଗଦାନ କରିଥିଲେ |

Breaking News