ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷ୍ଣୁ ମନ୍ଦିର ସାଂସ୍କୃତିକ ସମିତି ହଲ ସହିଦନଗରରେ ଆମର ସାମାଜିକ ଦାୟିତ୍ଵ ବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି| ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ହେଉଛି ମଣିଷ ର ନିଜେ ନିଜ ର କଲ୍ଯାଣ ପାଇଁ କାର୍ଯ୍ୟ କରିବା ସହ ତାର ସାମାଜିକ ଦାୟିତ୍ଵ ବୋଧ ମଧ୍ଯ ରହିବା ଉଚିତ | ସଂଦେହ ଓ ଅବିଶ୍ୱାସ ମନୁଷ୍ୟର ସମସ୍ତ ସମ୍ପର୍କକୁ ଦୂରେଇ ଦେଇ ଅନେକ ଦୂରକୁ ଚାଲିଯାଏ। ପ୍ରତ୍ୟେକ ଜିନିଷର ସତ୍ୟାସତ୍ୟ କୁ ଠିକ୍ ଭାବରେ ଜାଣି ତାକୁ ଭଲଭାବରେ ପରଖି ଉପଯୁକ୍ତ ଭାବରେ ନିରୀକ୍ଷଣ କରି ତା ଉପରେ ଉପଯୁକ୍ତ ମନ୍ତବ୍ୟ ଦେବା ଉଚିତ୍। ଆଜିର ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ଡ. ନାରାୟଣ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା | ପୁରୀ ରୁ ଆସିଥିବା ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଓ ଉତ୍କଳ ଇଉନିଭର୍ସିଟି ଚେୟାରମ୍ୟାନ ପିଜି କାଉନ୍ସିଲ ଶ୍ରୀଯୁକ୍ତ ଦୂର୍ଗା ଶଙ୍କର ପଟ୍ଟନାୟକ ଆମର ସାମାଜିକ ଦାୟିତ୍ଵ ବୋଧ ଉପରେ ଆଲୋକପାତ କରିଥିଲେ | ଉପଦେଷ୍ଟା ବିପିନ ବିହାରୀ ସାହୁ ଇଁ ଦିଲ୍ଲୀପ ପଟ୍ଟନାୟକ, ସାସ୍ୱତୀ ମିଶ୍ର, କୋଷାଧ୍ୟକ୍ଷ ଉମାନାଥ ମିଶ୍ର ଵର୍ତମାନ ସମୟରେ ଏହାର ଆବଶ୍ୟକତା ସମ୍ୱନ୍ଧ ଆଲୋଚନା କରିଥିଲେ | ଆଜୀବନ ସଦସ୍ଯ ମନୋଜ କୁମାର ରାଉଳ, ,ରଞ୍ଜନ କୁମାର ସାମଲ ଶ୍ରୀନିବାସ ରାଓ ଓ ରାହୁଲ ପଳେଇ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଏହି ଅବସରରେ ବହୁ ଓଡିଶା ର ସୁନାମ ବଢ଼ାଇବାରେ ସହାୟକ ପ୍ରତିଭାବାନ ବ୍ଯକ୍ତି ଓ ମହିଳା ମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..