Report Card Odisha

| Daily Odia News

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ଼…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ସତ୍ୟପ୍ରକାଶଙ୍କ କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରା ସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି।

Breaking News