ରିପୋର୍ଟ କାର୍ଡ / ଯାଜପୁର
ରାଜ୍ୟରେ କରୋନା ସଂକ୍ରମଣ ସାଙ୍ଗକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | କେତକ ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ କଟକଣା ଜାରିକର ଯାଇଛି | ସେହିପରି ଯାଜପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି। ଆଜିଠୁ ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ପାର୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ପୁଣି ଥରେ କଟକଣା ଲାଗୁ କରାଯାଇଛି। ଏନେଇ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଦୈନିକ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସିବା ସହ ମା’ ବିରଜାଙ୍କ ମନ୍ଦିରରେ ଭିଡ ଲଗାଉଛନ୍ତି। ସେହିପରି ଯାଜପୁର ସହରର କୁସୁମା ପାର୍କ ମଧ୍ୟ ସଂଧ୍ୟାରେ ବହୁ ଭିଡ ପରିଲକ୍ଷିତ ହେଉଛି। ବର୍ତ୍ତମାନ ସମୟରେ ଜିଲ୍ଲାରେ କୋଭିଡ ଉପର ମୁହାଁ ଥିବା ବେଳେ ସଂକ୍ରମଣ ୬ ଶହ ପାର ହୋଇଛି। ତେଣୁ ଏପରି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..