ରିପୋର୍ଟ କାର୍ଡ / ଭୁବନେଶ୍ଵର
ବହୁଚର୍ଚ୍ଚିତ ରମାଦେବୀ କଲେଜ ଛାତ୍ରୀ ଝରଫୁଲ ହତ୍ୟା ଘଟଣା ଉପରୁ ହଟିଲା ପରଦା | ଝରାଫୁଲ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ବାଇଁ ଆଜି ଯାଜପୁର ପୋଲିସ ଗିରଫ କରିବା ପରେ ଘଟଣାର ସତ୍ୟତା ଜଣା ପଡିଛି । ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଛି। ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିବା ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି | କହିଛନ୍ତି କି ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ରାକେଶ ସ୍ୱାଇଁ। ପାଖାପାଖି ୩୦ହଜାର ଟଙ୍କା ଝରାଫୁଲଠାରୁ ନେଇଥିଲା ରାକେଶ। ପରବର୍ତ୍ତି ସମୟରେ ଝରଫୁଲ ପଇସା ମାଗିବାରୁ ହତ୍ୟାକରିବାକୁ ଯୋଜନା କରିଥିଲା ରାକେଶ। ଝରାଫୁଲ ବାରମ୍ବାର ଟଙ୍କା ମାଗିବା ସହ ଘରେ କହିଦେବାକୁ ଧମକ ଦେଇଥିଲା। ଝରାଫୁଲର ଧମକ୍ ପରେ ରାକେଶ ପ୍ରେମ ଷଡ଼ଯନ୍ତ୍ରରଚିଥିଲା | ଏହା ପରେ ଝରାଫୁଲକୁ ମାରିବା ପାଇଁ ରାକେଶ କରିଥିଲା ପ୍ଲାନ୍। ପୂର୍ବ ଯୋଜନା ମୁତାବକ ଜାନୁଆରୀ ୨୬ ତାରିଖ ରାତିରେ ଝରାଫୁଲକୁ ହୋଟେଲ ନେଇଥିଲା ରାକେଶ। ହୋଟେଲରେ ମଦ ପିଇବାକୁ ଦେବାପରେ ଶ୍ୱାସରୁଦ୍ଧ କରି ଝରାଫୁଲଙ୍କୁ ରାକେଶ ହତ୍ୟା କରିଥିଲା ବୋଲି ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି ଯାଜପୁର ଏସ୍ପି ରାହୁଲ ପିଆର୍ ।ଜାନୁଆରୀ ୨୭ ତାରିଖ ଦିନ ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁର ନିକଟ ରାସ୍ତା କଡ଼ରୁ ଝରାଫୁଲ ନାୟକଙ୍କ ମୃତଦେହ ମିଳିଥିଲା। ପରେ ଏକ ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍ ତଦନ୍ତ କରିଥିଲା। ଏହା ପୂର୍ବରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହାପରେ ଝରାଫୁଲଙ୍କ ବାପା କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିବା ସହ ରାକେଶ ସ୍ୱାଇଁ ନାମକ ଯୁବକର ସଂପୃକ୍ତି ନେଇ ସୂଚନା ଦେଇଥିଲେ। ପୋଲିସ ସେହି ଦିଗରେ ତଦନ୍ତ କରିଥିଲା । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ଯାଜପୁର ପୋଲିସ ତାକୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏବେ ସେ ଯାଜପୁର ସବ୍ ଜେଲରେ ରହିଛି ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..
ଝିଅକୁ ମିଳିବ ଚାକିରି:କ୍ୟାବିନେଟ ନିଷ୍ପତ୍ତି….