Report Card Odisha

| Daily Odia News

ଭାରତରେ ପହଞ୍ଚିଛି ୫ମ ବ୍ୟାଚ ରାଫେଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ବାୟୁସେନାର ଶକ୍ତି ବଢିବାରେ ଲାଗିଛି । ବୁଧବାର ରାଫେଲ ଯୁଦ୍ଧ ବିମାନ ୫ମ ବ୍ୟାଚ ଭାରତରେ ପହଞ୍ଚିଛି । ପ୍ରାୟ ୮ ହଜାର କିିମି ଅତିକ୍ରମ କରି ଭାରତରେ ପହଞ୍ଚିଛି ୪ ରାଫେଲ ଯୁଦ୍ଧ ବିମାନ। ବାୟୁସେନାର ପ୍ରମୁଖ ଏୟାର ଚିଫ୍ ମାର୍ଶଲ ଆରକେଏସ ଭଦୋରିଆ ଫ୍ରାନ୍ସର ଏକ ସୈନ୍ୟ ବିମାନ ବନ୍ଦରରୁ ଏହି ବିମାନକୁ ସବୁଜ ସଂକେତ ଦେବାପରେ ବିମାନ ଭାରତ ଅଭିମୁଖେ ଉହାଣ ଆରମ୍ଭ କରିଥିଲେ । ନୂତନ ବିମାନ ସେନାରେ ସାମିଲ ହେବା ପରେ ରାଫେଲ ଜେଟର ୨ୟ ସ୍କ୍ୱାର୍ଡନ ତିଆରି ହେବାର ରାସ୍ତା ପ୍ରଶସ୍ତ ହୋଇଛି । ନୁତନ ସ୍କ୍ୱାଡ୍ରନ ପଶ୍ଚିମ ବଙ୍ଗର ହସିମାରା ବିମାନ ବନ୍ଦରରେ ସ୍ଥାପିତ ହେବ । ଫ୍ରାନସ ଗସ୍ତରେ ଥିବା ଭଦୋରିଆ ରାଫେଲ ଏୟାରକ୍ରାଫ୍ଟ ଟ୍ରେନିଙ୍ଗ ଫେସିଲିଟିରେ ପହଞ୍ଚି ଠିକ ସମୟରେ ରାଫେଲ ହସ୍ତାନ୍ତର କରିଥିବାରୁ ଏରୋସ୍ପେସ କଂପାନୀକୁ ଧନ୍ୟବାଦ ଜଣାଇଛନ୍ତି । ବାୟୁୁସେନା କହିଛି ଫ୍ରାନସ ଏବଂ ଦୁବାଇର ବାୟୁସେନା ଯାତ୍ରା ସମୟରେ ବିମାନକୁ ଇନ୍ଧନ ଯୋଗାଇଥିଲେ । ତେବେ ଏନେଇ ବାୟୁସେନା ଏକ ଟ୍ୱିଟ କରିଛି, “ଫ୍ରାନସର ମେରିନେକ ବିମାନ ବନ୍ଦରରୁ ଉଡାଣ ଭରିବା ପରେ ରାଫେଲ ବିମାନର ୫ମ ବ୍ୟାଚ ୨୧ ଏପ୍ରିଲରେ ଭାରତ ପହଞ୍ଚିଛି । ଏହି ଯୁଦ୍ଧ ବିମାନ ପ୍ରାୟ ୮ ହଜାର କିମି ଯାତ୍ରା କରଛନ୍ତି । ଫ୍ରାନ୍ସ ଏବଂ ଦୁବାଇ ଯାତ୍ରା ସମୟରେ ଇନ୍ଧନ ଯୋଗାଇଥିଲେ । ଏହି ସହଯୋଗ ପାଇଁ ଉଭୟ ବାୟୁସେନାକୁ ଧନ୍ୟବାଦ ।” ରାଫେଲ ବିମାନ ସମୟ ପୂର୍ବରୁ ପହଞ୍ଚିଥିଲା। ଏହା ଭାରତୀୟ ବାୟୁସେନାର କ୍ଷମତାରେ ଯୋଗଦେଇଛନ୍ତି । ଦିଲ୍ଲୀରେ ସେନା ଅଧିକାରୀ କହିଛନ୍ତି କି ଫ୍ରାନ୍ସକୁ ଏହି ଗସ୍ତ ଦ୍ୱାରା ଫ୍ରାନ୍ସ ଭାରତୀୟ ବାୟୁସେନା ଏବଂ ଫ୍ରେଞ୍ଚ ଏୟାର ଆଣ୍ଡ ସ୍ପେସ ଫୋର୍ସ ମଧ୍ୟରେ ସହଯୋଗ ବଢିବ । ପ୍ରଥମ ରାଫେଲ ସ୍କ୍ୱାଡ୍ରନ ଅମ୍ବାଲା ଏୟାର ବେସରେ ରହିଛି । ଭାରତ ଫ୍ରାନ୍ସ ସହିତ ୨୦୧୬ ସେପ୍ଟେମ୍ବର ରେ ଚୁକ୍ତି କରିଥିଲା । ଯେଉଁଥିରେ ଭାରତକୁ ୫୮ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ଫ୍ରାନ୍ସ ଭାରତକୁ ଦେବାପାଇଁ ଚୁକ୍ତ ହୋଇଥିଲା । ଏପର୍ଯ୍ୟନ୍ତ ଭାରତରେ ୧୪ଟି ରାଫେଲ ବିମାନ ସଂଞ୍ଚାଳିତ ହେଉଛି | ୫ମ ବ୍ୟାଚର ରାଫେଲ ଯୁଦ୍ଧ ବିମାନ ସାମିଲ ହେବାପରେ ଏହାର ସଂଖ୍ୟା ୧୮ କୁ ବୃଦ୍ଧି ପାଇବ । ରାଫେଲର ପ୍ରଥମ ବ୍ୟାଚ ଗତ ବର୍ଷ ୨୯ ଜୁଲାଇରେ ଭାରତରେ ପହଞ୍ଚିଥିଲା ।

Breaking News