ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରନ୍ଧନ ଗ୍ୟାସ୍ ଲିକ୍ ହବା କାରଣରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଗୁରୁତର ଭାବେ ୧୦ ଜଣ ଜଳି ଯାଇଥିଲେ । ଏଭଳି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦ ସହରରେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଦୁଇଜଣଙ୍କ ମୃତ୍ୟୁ ଘଟି ଏହା ୭ରେ ପହଞ୍ଚିଛି । ଅହମ୍ମଦାବାଦ ନଗର ପୋଲିସ୍ର ସୂଚନା ଅନୁସାରେ, ଏକ ଶିଳ୍ପାନୁଷ୍ଠାନରେ କାମ କରୁଥିବା କିଛି ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିବା ଏକ ରୁମ୍ରେ ଶୋଇଥିଲେ । ଏହି ସମୟରେ ରୁମ୍ ଭିତରେ ଥିବା ଏଲ୍ପିଜି ଗ୍ୟାସ୍ ଲିକ୍ ହୋଇଥିଲା । ପାଖ ରୁମ୍ରେ ଶୋଇଥିବା ଶ୍ରମିକ ସେମାନଙ୍କୁ ଗ୍ୟାସ୍ ଲିକ୍ ହେଉଥିବା ଜାଣି ଡାକିଥିଲେ । କିନ୍ତୁ ସେମାନଙ୍କ ଭିତରୁ ଜଣେ ଉଠି ଲାଇଟ୍ ସୁଇଚ୍ ମାରିଥିଲା । ଏହି ସମୟରେ ସୁଇଚ୍ରୁ ସର୍ଟସର୍କିଟ୍ ହୋଇ ନିଆଁ ବାହାରିଥିଲା । ଫଳରେ ଲିକ୍ ହେଉଥିବା ଗ୍ୟାସ୍ରେ ନିଆଁ ଧରି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଦଗ୍ଧ ହୋଇସାରିଥିଲେ । ତେବେ ଆସ୍ଲାଲି ପୋଲସ୍ ଷ୍ଟେସନର ଥାନା ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଜୁଲାଇ ୨୦ରେ ଘଟିଛି । ସର୍ଟସର୍କିଟ କାରଣରୁ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏଥିରେ ରୁମ୍ରେ ଥିବା ୧୦ ଜଣ ଜଳି ଯାଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କର ଜୀବନ ଯାଇଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..