ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶନିବାର ସକାଳେ ଜମ୍ମୁ କାଶ୍ମୀରର ପୁଲୱାମାର ଜଙ୍ଗଲରେ ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରିନେବା ସହିତ ତଲାସି ଅଭିଯାନ ଚଳାଇଛନ୍ତି। କାଶ୍ମୀର ଜୋନ ପୋଲିସ ସୂତ୍ର ଅନୁଯାୟୀ ପୁଲୱାମା ବାହାରେ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା | ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ, କିନ୍ତୁ ଆତଙ୍କବାଦୀମାନେ ଆତ୍ମସମର୍ପଣ କରିନଥିଲେ । ନିଜକୁ ଘେରି ରହିଥିବାର ଦେଖି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ଉପଯୁକ୍ତ ଉତ୍ତର ଦେଇ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ । ତେବେ ମୃତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ ।






More Stories
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା…..