Report Card Odisha

| Daily Odia News

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ। ଏହି ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ଼ ହେବା ପରେ ପାଲଟା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ। ଖବର ଲେଖା ହେବା ସୁଦ୍ଧା ଏନକାଉଣ୍ଟର ଜାରି ରହିଥିଲା। ସ୍ଥାନୀୟ ଅଞ୍ଚଳରେ ଜନ ସାଧାରଣଙ୍କୁ ସତର୍କ କରାଯାଇଛି। ପୋଲିସ ଓ ସୁରକ୍ଷାବାହିନୀ ମିଳିତ ଭାବେ ଏହି ଅପରେସନ କରିଛନ୍ତି। ପ୍ରକାଶ ଥାଉକି, ନିକଟରେ ଜମ୍ମୁ କଶ୍ମୀରରେ ବାୟୁସେନା କନଭେୟ ଉପରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି।

Breaking News