ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି। କଡା଼ ସୁରକ୍ଷାରେ ବଳୟରେ ୪୦ ସିଟ୍ରେ ଚାଲିଛି ମତଦାନ। ଜାମ୍ମୁ ଡିଭିଜନର ୨୪ ଓ କାଶ୍ମୀର ଡିଭିଜନର ୧୬ଟି ଆସନ ରହିଛି। ଏହି ପର୍ଯ୍ୟାୟରେ ୩୯ଲକ୍ଷ ଭୋଟର ୪୧୫ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ଲାଗି ୫୦୬୦ଟି ମତଦାନ କେନ୍ଦ୍ର ଖୋଲାଯାଇଥିବାବେଳେ ୨୦ହଜାରରୁ ଅଧିକ ନିର୍ବାଚନ କର୍ମଚାରୀ ମୁତୟନ ହୋଇଛନ୍ତି। ବିଧାନସଭାର ୯୦ଟି ଆସନ ମଧ୍ୟରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୫୦ଟି ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୫୭.୦୩ ପ୍ରତିଶତ ମତଦାନ ହୋଇଥିଲା। ସମସ୍ତ ଆସନର ଭୋଟ ଗଣତି ଅକ୍ଟୋବର ୮ରେ ଅନୁଷ୍ଠିତ ହେବ।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….