ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାରଖଣ୍ଡ ମନ୍ତ୍ରୀ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘର ସମେତ ରାଞ୍ଚିର ଏକାଧିକ ସ୍ଥାନରେ ଚଢ଼ାଉ କରି ୩୪ କୋଟିରୁ ଅଧିକ ଟଙ୍କା ଜବତ କରିଛି। ବିପୁଳ ପରିମାଣର ଅର୍ଥ ଜବତ ହେବା ପରେ ଇଡି ମଙ୍ଗଳବାର ମନ୍ତ୍ରୀ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କୁ ଗିରଫ କରିଛି। ତାଙ୍କ ବ୍ୟତୀତ ଚଢ଼ାଉ ସମୟରେ ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବିପୁଳ ପରିମାଣର ଅର୍ଥ ଜବତ ହୋଇଥିବାରୁ ତାଙ୍କ ବି ଗିରଫ କରାଯାଇଛି ବୋଲି ପିଟିଆଇ ନ୍ୟୁଜ୍ ଏଜେନ୍ସି କହିଛି। ଅଜି ସଞ୍ଜୀବ ଲାଲ ଏବଂ ତାଙ୍କ ଗୃହ ସହାୟକଙ୍କୁ କୋର୍ଟରେ ହାଜର କରାଯିବ, ଯାହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କୁ ରିମାଣ୍ଡରେ ନେବ। ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଗତକାଲି ଦେଖିବାକୁ ମିଳିଥିଲା। ଏହି ଚଢ଼ାଉ ଝାରଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାକୁ ନେଇ ହୋଇଥିଲା। ଏହି ଘଟଣାରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଗତ ବର୍ଷ ଫେବ୍ରୁଆରିରେ ଗିରଫ କରାଯାଇଥିଲା। ଆଲାମଗିରି ଆଲାନ ଝାରଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି। ଅସନ୍ଧାନକାରୀ ସଂସ୍ଥା ରାଞ୍ଚିର ସେଲ ସିଟି ସମେତ ନଅଟି ସ୍ଥାନରେ ଏକକାଳୀନ ଗତକାଲି ଚଢ଼ାଉ କରିଥିଲା।






More Stories
ଏସିଆ ସ୍ଥିତି ନେଇ ଅବଗତ କରିବେ ପ୍ରଧାନମନ୍ତ୍ରୀ……
ମହଙ୍ଗା ହେବ ବିମାନ ଯାତ୍ରା!…..
ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…..