ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକୁ ନେଇ ସରକାର ଓ ଛାତ୍ରନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ମିଳିଲାନି ସମ୍ପୂର୍ଣ୍ଣ ସମାଧାନ। ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଛାତ୍ରନେତାଙ୍କ ସମସ୍ତ ଦାବି ଉପରେ ସହମତି ହୋଇପାରିନାହିଁ। ଫଳରେ ଛାତ୍ର ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରନେତାମାନେ ସ୍ପଷ୍ଟ କରିଛନ୍ତି।ଆଲୋଚନା ସମୟରେ ୧୪ତମ JPSC ପରୀକ୍ଷା ବାତିଲ କରିବା ପାଇଁ ସରକାର ରାଜି ହୋଇଥିବା ଜଣାପଡ଼ିଛି। ତେବେ କୋର୍ଟଙ୍କ ଅନୁମୋଦନ ମିଳିଥିବା CGL ପରୀକ୍ଷାକୁ ସରକାର ନିଜ ତରଫରୁ ବାତିଲ କରିପାରିବେନି ବୋଲି ଆଲୋଚନାରେ ସ୍ପଷ୍ଟ କରାଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରନେତାଙ୍କ ପ୍ରାୟ ୯୮ ପ୍ରତିଶତ ଦାବି ପୂରଣ କରାଯାଇଥିବା ଦାବି କରାଯାଇଛି। ତଥାପି CGL ପରୀକ୍ଷା ବାତିଲ ଦାବି ଉପରେ ସହମତି ନ ହେବାରୁ ଆଲୋଚନା ଅସମ୍ପୂର୍ଣ୍ଣ ରହିଛି।






More Stories
କଂଗ୍ରେସ କୁ ଫେରିବେ କ୍ୟାପଟେନ !…..
ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ…..