ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମ୍ୱାର୍କ (IIRF) ରାଙ୍କିଂ-୨୦୨୬ରେ ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ରାଜ୍ୟର ୩ ପ୍ରମୁଖ ସରକାରୀ ମେଡିକାଲ କଲେଜ ଜାତୀୟସ୍ତରରେ ସ୍ଥାନ ପାଇ ଓଡ଼ିଶାର ଚିକିତ୍ସା ଶିକ୍ଷା କ୍ଷେତ୍ରର ସଫଳତାକୁ ଆହୁରି ମଜବୁତ କରିଛନ୍ତି।ରାଙ୍କିଂରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ୧୫ତମ ସ୍ଥାନ ଅଧିକାର କରିଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ଭିମସାର, ବୁର୍ଲା ୬୪ତମ ସ୍ଥାନରେ ରହିଥିବା ବେଳେ ଏମ୍କେସିଜି ମେଡିକାଲ କଲେଜ, ବ୍ରହ୍ମପୁର ୭୪ତମ ସ୍ଥାନ ହାସଲ କରିଛି।ଅନ୍ୟପକ୍ଷରେ, ଭୁବନେଶ୍ୱରସ୍ଥିତ ଏମ୍ସ ଭୁବନେଶ୍ୱର ମଧ୍ୟ ୧୬ତମ ସ୍ଥାନରେ ରହିଛି। ଫଳରେ ଜାତୀୟସ୍ତରରେ ଓଡ଼ିଶାର ଦୁଇଟି ପ୍ରମୁଖ ସରକାରୀ ଚିକିତ୍ସା ପ୍ରତିଷ୍ଠାନ ଶୀର୍ଷ ୨୦ରେ ସ୍ଥାନ ପାଇଛି।






More Stories
ଓଡ଼ିଶାକୁ ୬୬,୩୯୨ କୋଟି ପୁଞ୍ଜିନିବେଶ ପ୍ରସ୍ତାବ…..
ଆଜିଠୁ ଘରେ ଘରେ ତ୍ରିରଙ୍ଗା…..
ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍ ପାଇଁ ଆସିଲା ନିର୍ଦ୍ଦେଶ…..