ରିପୋର୍ଟ କାର୍ଡ / ଝାରସୁଗୁଡା
୮୦ ଫୁଟ ଗଭୀର ବୋରୱେଲରେ ଜଣେ ୧୦ ବର୍ଷୀୟ ଶିଶୁ ପଡ଼ିରହିଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ପୋଲିସ ଷ୍ଟେସନ ଅଧୀନରେ ଥିବା ପିରହିରଡ ଗାଁରରେ । ତେବେ ଗତକାଲିଠୁ ପଡ଼ିଯାଇଛି ଶିଶୁଟି । ଗତ ଶୁକ୍ରବାର ଦିନରେ ୪ଟା ବେଳେ ପିଲାଟି ତାଙ୍କ ଘର ପଛରେ ଖେଳୁଥିବା ବେଳେ ଗାତରେ ଖସିପଡିଥିଲା । ପିଲାଟିର ପରିବାର ସଦସ୍ୟ ଖୋଜି ଖୋଜି ନପାଇବାରୁ ପାଟି କରି ଡାକିଥିଲେ । ତେବେ ଶିଶୁର ସ୍ୱର ଗର୍ତ୍ତ ଭିତରୁ ଶୁଣାଯାଇଥିଲା । ଯାହା ପରେ ତୁରନ୍ତ ପରିବାର ସଦସ୍ୟ ଏହା ବିଷୟରେ ୧୧୨ କୁ ଫୋନ କରି ସାହାଯ୍ୟ ପାଇଁ ଜଣାଇଥିଲେ । ଶିଶୁର ନାମ ହେଉଛି ରାହୁଲ ସାହୁ । ବର୍ତ୍ତମାନ ଶିଶୁ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଏନଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନିୟୋଜିତ ଅଛନ୍ତି । ଘଟଣାସ୍ଥଳରେ ଆଇଜି, ଡିଜି, କଲେକ୍ଟର ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚିଛନ୍ତି । ଶିଶୁଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ-“ବୋରୱେଲରେ ଫସି ରହିଥିବା ଶିଶୁର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସିସିଟିଭି ମାଧ୍ୟମରେ ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି । ପାଖାପାଖି ୧୮ ଘଣ୍ଟା ହେବ ଶିଶୁ ଫସି ରହିଥିବାରୁ କିଛି କିଛି ସମୟର ବ୍ୟବଧାନରେ ଖାଦ୍ୟ ସାମଗ୍ରୀ ପଠାଯାଉଛି କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଉଛି । ଶିଶୁ ଜଣଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ୍ୟ ହେଉଛି । ମେଡିକାଲ୍ ଟିମ୍ ନିୟୋଜିତ ରହିବା ସହ ଅମ୍ଳଜାନ ସିଲିଣ୍ଡର ମଧ୍ୟ ରଖାଯାଇଛି । ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..