ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଭିନ୍ନ ଜିଲ୍ଲାରେ ପିସିସି କମିଟି ଗଠନ ସହ ପଞ୍ଚାୟତ ନିର୍ବାଚନ ପାଇଁ ରଣ ନୀତି ପ୍ରସ୍ତୁତ କରିବେ । କଂଗ୍ରେସରେ କିଛି ଦିନ ହେବ ଚାଲିଥିଲା ଟଣାଓଟରା ନୀତି | ଏହି କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚେଲ୍ଲା କୁମାର । କହିଛନ୍ତି, ଦଳରେ ବିଶୃଙ୍ଖଳାର କୌଣସି ସ୍ଥାନ ନାହିଁ, ଯିଏ ବିଶୃଙ୍ଖଳା ଆଚରଣ କରିବେ, କଂଗ୍ରେସ ଆଦର୍ଶରେ ବିଶ୍ବାସ ରଖିବେ ନାହିଁ ତାଙ୍କ ପାଇଁ ଦ୍ବାର ଖୋଲା ଅଛି । ତାରାପ୍ରସାଦ ବାହିନୀପତି ନିଜଆଡୁ ଭୁଲ ସ୍ବୀକାର କରିଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ଚେଲ୍ଲା କୁମାର କହିଛନ୍ତି । ଏହାସହ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଚେଲ୍ଲା କୁମାର । ଶାସନରେ ଥିବା ଏହି ଦୁଇ ଦଳ ଦେଶ ବିକିବାର କାମ କରୁଥିବା ବେଳେ କଂଗ୍ରେସ ଆଗାମୀ ଦିନରେ ଜବରଦସ୍ତ କମ୍ ବ୍ୟାକ୍ କରିବାର ଦୃଢୋକ୍ତି ଦେଖାଇଛନ୍ତି ଚେଲ୍ଲା କୁମାର ।
Discussion about this post