ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ ପାଇଁ ଲାଞ୍ଚ ନେଇଥିବା ନେଇ ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ | ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ପ୍ରଦୀପ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମଙ୍ଗଳବାର ଜିଲ୍ଲାପାଳଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଏହି ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି । ପ୍ରଦୀପ ଆହୁରି କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିବା ପଛରେ ଚଞ୍ଚକତା କରାଯାଇଛି । ଏମ୍ଜିକ୍ୟୁ ୨.୩୮ କୋଟି ଟଙ୍କା ହୋଇଥିବା ବେଳେ ୧ କୋଟି ଟଙ୍କାର ସଲଭେନ୍ସିରେ ଲିଜ୍ ଦିଆଯାଇଥିବା ପ୍ରଦୀପ କହିଛନ୍ତି । ଲିଜ୍ର ପରଦିନ ଜିଲ୍ଲାପାଳ ଦାମୀ ଗାଡ଼ି ବ୍ୟବହାର କରିଥିବା ପ୍ରଦୀପ ବଡ଼ ଅଭିଯୋଗ କରିଛନ୍ତି । ଜଣେ ମହିଳାଙ୍କ ନାଁରେ କିଣାଯାଇଥିବା ୧୯ ଲକ୍ଷ ଟଙ୍କାର ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଥିବା ସେ କହିଛନ୍ତି । ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଅଭିଯୋଗ ପରେ ମଧ୍ୟ ଏନେଇ ଜିଲ୍ଲାପାଳଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
More Stories
ପୁଣି ଲଘୁଚାପ: ଅରେଞ୍ଜ ଓ୍ବାର୍ନିଂ ଜାରି….
ଆଜି ତିନିରଥ ହେବ ଦକ୍ଷିଣ ମୋଡ…..
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..