ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁପି ଲଖିମପୁର ହିଂସା ମାମଲାରେ ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଛାଟ ଲାଗିଛି। ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଘଟଣାସ୍ଥଳରେ ୪-୫ ହଜାର ପାଖାପାଖି ଭିଡ଼ ଜମା ହୋଇଥିଲେ। କିନ୍ତୁ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ନାମ ଦାଖଲ କରାଯାଇଛି କାହିଁକି ବୋଲି ଯୋଗୀ ସରକାରଙ୍କୁ ଜବାବ ମାଗିଛନ୍ତି | ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ହରିଶ ସାଲଓ୍ବେ କହିଥିଲେ ଯେ, ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ୩୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ସେମାନଙ୍କ ମଧ୍ୟରେ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି। କେତେକ ଲୋକ ଅନ୍ୟ ରାଜ୍ୟରେ ଥିଲେ। ସେମାନଙ୍କ ସାକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ଘଟଣାସ୍ଥଳ ନିକଟରେ ଥିଲେ। କୋର୍ଟ କିଛି ସାକ୍ଷୀଙ୍କ ବୟାନକୁ ଦେଖିବାର ଆବଶ୍ୟକତା ଉପରେ ସାଲଓ୍ବେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଯାଞ୍ଚ୍ରେ ପ୍ରଗତି ହୋଇଛି। ଘଟଣାର ଭିଡ଼ିଓ ପରୀକ୍ଷଣ ଶୀଘ୍ର କରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ନଚେତ କୋର୍ଟ ଲ୍ୟାବ୍ର ସହାୟତା ନେବେ ବୋଲି ପ୍ରଧାନ ବିଚାରପତି ପ୍ରକାଶ କରିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..