Report Card Odisha

| Daily Odia News

ସ୍କୁଟି ରଖି ନଦୀକୁ ଡେଇଁଥିବା ଯୁବକଙ୍କର ମିଳିଲା ମୃତଦେହ……

ରିପୋର୍ଟ କାର୍ଡ / କଟକ

କାଠଯୋଡ଼ିକୁ ଡେଇଁ ଯୁବକ ନିଖୋଜ ଘଟଣାରେ ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା ବୋଲି ଜଣାପଡିଛି | ଆଜି ସକାଳ ସମୟରେ ଯୁବକ ଜଣଙ୍କ ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇପଡିଥିଲେ । ତାପର ଠାରୁ ଓଡ୍ରାଫ୍‌ ଟିମ୍‌ ଜରିଆରେ ଖୋଜାଖୋଜି ଜାରି ରହିଥିଲା । ଖବର ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଖାରବେଳ ନଗରର ସପନ ବେହେରା ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ହେଲେ କଣ ପାଇଁ ନଦୀକୁ ଡେଇଁଲେ , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲା । ତେବେ ନଦୀକୁ ଡେଇଁବା ଖବର ଶୁଣି ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ଘଣ୍ଟାର ଖୋଜାଖୋଜି ପରେ ସପନଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍‌ । ସେ ଡେଲିବରି ବୟ ଭାବେ କାମ କରୁଥିବାର ମଧ୍ୟ ସୂଚନା ମିଳିଛି ।

Breaking News