ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୧୯ରୁ ଇଂଲଣ୍ଡର ହଟିବ କରୋନା କଟକଣା | ଏନେଇ ଘୋଷଣା କରିଛନ୍ତି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ।କହିଛନ୍ତି ଯେ, ଏଣିକି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା କୌଣସି ଆବଶ୍ୟକତା ନାହିଁ । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି ଯେ, କରୋନା ଟିକା ଭୂତାଣୁର ଗମ୍ଭୀର ଲକ୍ଷଣ ଠାରୁ ବର୍ତ୍ତିବା ପାଇଁ ସାହାଯ୍ୟ କରିବ । ଏନଏଚକେ ରିପୋର୍ଟ ମୁତାବକ, ହସ୍ପିଟାଲରେ ଭର୍ତ୍ତି ଏବଂ ମୃତ୍ୟୁ ସଂଖ୍ୟା ଜରି ରହିପାରେ । ଗତ ବର୍ଷ ଶୀତ ଦିନ ତୁଳନାରେ ଚଳିତ ବର୍ଷ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବ । ତେଣୁ ଏବେ ସାର୍ନଜନୀନ ସ୍ଥାନରେ ଏବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଆବଶ୍ୟକ ନାହିଁ । ତେବେ ଲୋକମାନେ ବ୍ୟକ୍ତିଗତ ରୂପରେ ସାବଧାନତା ରକ୍ଷା କରିବା ପାଇଁ ସେ ଅପିଲ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ମହାମାରୀ ଶେଷ ହୋଇନି କି ତାର କୌଣସି ବିକଳ୍ପ ନାହିଁ । ଜୁଲାଇ ୧୯ ଠାରୁ ଆମେ ତୁରନ୍ତ ପୂର୍ବ ଭଳି ଜୀବନଶୈଳୀକୁ ଫେରିପାରିବା ନାହିଁ । ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସେମାନେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସମସ୍ତ କଟକଣା ହଟାଇଦେଲେ ଏହା ପୁଣି ଥରେ ବିପଦକୁ ଟାଣି ଆଣିବ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….