ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ଵିତୀୟ ଲହର ସଂକ୍ରମଣକୁ ଦେଖି ଏବେବି ଦେଶର ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ କଟକଣା ଜାରିରହିଛି | ଅନ୍ୟ କେତେକ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସାମରର ତେବେ ଆସାମର ୭ ଜିଲ୍ଲାରେ ଜୁଲାଇ ୭ ତାରିଖରୁ ସମ୍ପୂର୍ଣ୍ଣ ଲକ୍ଡାଉନ କରାଯିବ ବୋଲି ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୋଲପାରା, ଘୋଲାଘାଟ, ଜୋରାଟ, ଲଖିମପୁର, ସୋନିତପୁର, ବିଶ୍ୱନାଥ ଓ ମୋରିଗାଁରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲକ୍ଡାଉନ ବଳବତ୍ତର ରହିବ ବୋଲି କୁହାଯାଇଛି । ସୋମବାର ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨,୬୪୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୧୯,୮୩୪ରେ ପହଞ୍ଚିଛି । ବେଳକୁ ବେଳ ଆସାମରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
Discussion about this post