ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ହିସାର ପୋଲିସ ଜ୍ୟୋତିଙ୍କୁ ଜିଲ୍ଲା କୋର୍ଟରେ ହାଜର କରିଥିଲା । କୋର୍ଟରେ ଦେଢ ଘଣ୍ଟା ଧରି ବିତର୍କ ହେବା ପରେ କୋର୍ଟ ପୁଣି ୪ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି । ଶୁଣାଣି ସମୟରେ ଜ୍ୟୋତିଙ୍କ ବାପା ହରିଶଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ଗୁପ୍ତଚର ମାମଲାରେ ପୁଲିସ ଜ୍ୟୋତିଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା । ସୁରକ୍ଷା ଏଜେନ୍ସି ତାଙ୍କୁ ପଠାନକୋର୍ଟ ନେଇ ଜେରା କରିଥିଲେ । ଜ୍ୟୋତିଙ୍କ ପଠାନକୋଟ ଗସ୍ତ ଏବଂ ସେଠାରୁ ସେନା ଶିବିର ବିଷୟରେ ସୂଚନା ଦେଇଥିବା ସନ୍ଦେହ କରାଯାଇ ପଚରାଉଚରା କରାଯାଇଥିଲା ।






More Stories
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..