ରିପୋର୍ଟ କାର୍ଡ / କଟକ
ଶୁକ୍ରବାର କଟକ ଏସସିବି ମେଡିକାଲରେ ଇକମୋ ଚିକିତ୍ସାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଥିଲେ। ପୂର୍ବ ଭାରତର ସବୁଠୁ ବଡ଼ ଇକମୋ ୟୁନିଟ ହେଲା ଏସସିବି। ୯ଟି ମେସିନରେ ମାଗଣା ଚିକିତ୍ସା ପାଇବେ ରୋଗୀ। କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ୧୫ ପ୍ଲାଟୁନ ପୋଲିସମୁତୟନ କରାଯାଇଛି। ବୋଷ ଅସ୍ଥାୟୀ ହେଲିପ୍ୟାଡରୁ ତାଳଦଣ୍ଡା କେନାଲ ଦେଇ ଏସସିବି ମେଡିକାଲ ଅଭିମୁଖେ ଆସିଛନ୍ତି ନବୀନ ପଟ୍ଟନାୟକ। ଏହାସହ ତାଳଦଣ୍ଡା କେନାଲ ଦେଇ ଆସୁଥିବାବେଳେ କେନାଲର ନୂତନ ବ୍ରିଜ ପାଖରେ ଅଟକି ଏହାର ଦୃଶ୍ୟ ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏସସିବିରେ ଇକମୋ ମେସିନ ଲୋକାର୍ପଣ କରିବା ସହ ଏକ ଭିଡିଓ ମାଧ୍ୟମରେ ଓଡ଼ିଶାବାସୀ ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି। ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ନବୀନ କହିଛନ୍ତି, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ହିଁ ଚିକିତ୍ସିତ ହେବେ ରୋଗୀ । ଏହି ଚିକିତ୍ସା ବେଶ ଅର୍ଥ ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇଦେବେ। ଏହି ଚିକିତ୍ସାରେ ଯାହା ବି ଖର୍ଚ୍ଚ ହେବ ଲୋକଙ୍କ ଉପରେ ପଡ଼ିବ ନାହିଁ। ସବୁ ଖର୍ଚ୍ଚ ସରକାର ବହନ କରିବେ। ତୃତୀୟ ଲହରର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ। ଏଥିରେ ଶିଶୁମାନେ ଅଧିକ ମାତ୍ରାରେ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞ କହୁଛନ୍ତି। ତେଣୁ ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ଗାଇଡଲାଇନ ମାନିବା ସହ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ନିଜେ ସୁରକ୍ଷିତ ରହିବା ସହ ପିଲାଙ୍କୁ ସୁରକ୍ଷିତ ରଖନ୍ତୁ।
More Stories
ଆଜି ତିନିରଥ ହେବ ଦକ୍ଷିଣ ମୋଡ…..
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……