Report Card Odisha

| Daily Odia News

୫ ଦିନ ବର୍ଷୀବ କାଳବୈଶାଖୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କାଳବୈଶାଖୀ ପାଇଁ ତାତିରୁ ଆଶ୍ଵସ୍ତି ମିଳିଛି । ଆଜି ଉତ୍ତର ଓଡିଶାର ମୟୁରଭଞ୍ଜ, କେନ୍ଦୁଝର,ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜି ଟ୍ବିନ୍ ସିଟିରେ ଝଡ ବର୍ଷା ସମ୍ଭାବନା ରହିଛି। ୫ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବ। ଏବଂ ଦିନ ତାପମାତ୍ରାରେ ସେତେଟା ବୃଦ୍ଧି ଘଟିବ ନାହିଁ। ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟକୁ ୩ ଘଣ୍ଟା ପାଇଁ ସତର୍କ କରିଛି। ବର୍ଷା ଓ ବଜ୍ରପାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Breaking News