Report Card Odisha

| Daily Odia News

କରୋନା ଭୟରେ ଆଇପିଏଲ୍‌ରୁ ଓହରିଲେ ଆଉ ୨ କ୍ରିକେଟର୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଏହାର ପ୍ରଭାବ ଚଲାଇଥିବା ଆଇପିଏଲ୍‌ରେ ଦେଖିବାକୁ ମିଳିଛି। କରୋନା ଭୟରେ ଜଣେ ପରେ ଜଣେ ଖେଳାଳି ଆଇପିଏଲ୍‌ରୁ ଓହରି ଯାଉଛନ୍ତି। ଅଷ୍ଟ୍ରେଲୀୟ ଖେଳାଳି ଆଣ୍ଡ୍ରିୟୁ ଟାଇ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଛାଡିବା ପରେ ତାଙ୍କ ସାଥୀ ଖେଳାଳି ଆଦାମ ଜାମ୍ପା ଏବଂ କେନ ରିଚାର୍ଡସନ ମଧ୍ୟ ଟୁର୍ନାମେଣ୍ଟ ଛାଡିଛନ୍ତି। ଭାରତରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ଏହି ଭୟରେ ଏହି ତିନି ଖେଳାଳି ଏହି ଟୁର୍ନାମେଣ୍ଟରୁ ସେମାନଙ୍କ ନାମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଉଭୟ ଆଡମ ଜାମ୍ପା ଏବଂ କେନ ରିଚାର୍ଡସ ଅଂଶ ଥିଲେ। ଉଲ୍ଳେଖଯୋଗ୍ୟକି ଆଇପିଏଲ ୨୦୨୧ ଆରମ୍ଭରୁ ଖେଳାଳିଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିଥିଲା, କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଖେଳାଳିମାନେ ଏହି ଟୁର୍ନାମେଣ୍ଟରୁ ସେମାନଙ୍କ ନାମ ପ୍ରତ୍ୟାହାର କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ସହିତ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟୁର୍ନାମେଣ୍ଟରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି। ଏବେ ଦୁଇ ଆରସିବି ଖେଳାଳି ରିଚାର୍ଡସନ ଏବଂ ଜାମ୍ପା ମଧ୍ୟ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

Breaking News