Report Card Odisha

| Daily Odia News

ଭାରତରୁ ନେଦରଲ୍ୟାଣ୍ଡକୁ ବିମାନ ଚଳାଚଳ ସ୍ଥଗିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସଂକ୍ରମଣ ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଭାରତରୁ ଅନ୍ୟ ଦେଶକୁ ଯାଉଥିବା ବିମାନ ସେବା ଉପରେ ରୋକ ଲଗାଯାଉଛି | ଗୋଟେ ପରେ ଗୋଟେ ଦେଶ ଭାରତରୁ ବିମାନ ସେବା ଉପରେ କଟକଣା ଜାରି କରୁଛନ୍ତି | ଏହା ଭିତରେ ନେଦରଲ୍ୟାଣ୍ଡ ସୋମବାର ଠାରୁ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନକୁ ଆସନ୍ତା ମେ ୧ ତାରିଖ ଯାଏ ସ୍ଥଗିତ ରଖି ବାକୁ ଘୋଷଣା କରିଛି। ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନେଦରଲ୍ୟାଣ୍ଡ ଏଭଳି ପଦକ୍ଷେପ ନେଇଛି | ସ୍ପୁଟ୍ନିକ୍ ଡଚ୍ ବିମାନ ଚଳାଚଳ ମନ୍ତ୍ରଣାଳୟର ବିବୃତ୍ତିରେ କହିଛନ୍ତି ଯେ, ଏପ୍ରିଲ୍ ୨୬ ସୋମବାର ଦିନ ୬ ଟାରୁ ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଲାଗୁ ହେବ। ଗତ କିଛି ଦିନରୁ ଦେଶରେ ଦୈନିକ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେଉଛି। ସୂଚନା ଅନୁଯାୟୀ ରବିବାର ରାତିରେ ନେଦରଲ୍ୟାଣ୍ଡ୍‌ରୁ ଭାରତକୁ ବିମାନ ଉଡାଣ ଉପରେ ନିଷେଧାଦେଶ ଘୋଷଣା କରାଯାଇଛି। ଏ ନେଇ ନେଦରଲ୍ୟାଣ୍ଡ୍‌ର ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ମନ୍ତ୍ରୀ ସୂଚନା ଦେଇଛନ୍ତି।

Breaking News