Report Card Odisha

| Daily Odia News

କଂଗ୍ରେସ ସଭାପତି ପଦ ସମ୍ଭାଳିବେ କହ୍ନେୟା କୁମାର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରରେ କଂଗ୍ରେସ ସଭାପତି ପଦକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମଦନ ମୋହନ ଝାଙ୍କ ଇସ୍ତଫା ପରେ ନୂଆ ସଭାପତି କିଏ ହେବ ସେ ନେଇ ମାନସ ମନ୍ଥନ ଜାରିରହି ଥିବା ବେଳେ, ବିହାର କଂଗ୍ରେସ ସଭାପତି ପଦ କହ୍ନେୟା କୁମାର ସମ୍ଭାଳିବା ନେଇ ସୂଚନା ମିଳୁଛି । କାରଣ ବିହାରରେ ଏବେ କଂଗ୍ରେସ କୌଣସି ଦଳ ସହିତ ସମ୍ପର୍କ ରଖି ନାହିଁ । ଏହାର କାରଣ କହ୍ନେୟା କୁମାର ବୋଲି କୁହାଯାଉଛି । କୁହାଯାଉଛି ଯେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପସନ୍ଦ କହ୍ନେୟା କୁମାର । କିନ୍ତୁ ପାର୍ଟି ହାଇକମାଣ୍ଡ ଏପର୍ଯ୍ୟନ୍ତ ଏହି ବିଷୟରେ ଆଲୋଚନା କରି ନଥିବା କୁହାଯାଉଛି । ତେବେ ବିହାରର ରାଜନୈତିକ ଗତିବିଧିକୁ ଦୃଷ୍ଟିରେ ରଖି ଜାତିଗତ ଭୋଟର ମାନଙ୍କୁ ନିଜ ପକ୍ଷକୁ ଆଣିବା ଲାଗି କଂଗ୍ରେସ କହ୍ନେୟା କୁମାରଙ୍କୁ ଏହି ଦାୟିତ୍ୱ ଭାର ଦେଇପାରେ । ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବିକ କହ୍ନେୟା ପଛୁଆ ବର୍ଗରୁ ଆସୁଥିବାରୁ ଏବଂ ରାଜ୍ୟରେ ଦଳ ବିଜେପିକୁ ଟକ୍କର ଦେବାକୁ କହ୍ନେୟାଙ୍କୁ ଦଳର ସଭାପତି କରିପାରେ । କାରଣ ରାଜ୍ୟରେ ପାର୍ଟି ପାଖରେ ଅନ୍ୟ କୌଣସି ନେତା ନାହାନ୍ତି ଯେ ବିଜେପିକୁ ଟକ୍କର ଦେଇ ପାରିବେ ।

Breaking News