ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି | ସେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରୀ ମିଶ୍ରଙ୍କର ହଠାତ୍ ରକ୍ତବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା କରିବା ପରେ ସେ ହୃତ୍ପିଣ୍ଡ ଓ ଯକୃତ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ଏକ ଡାକ୍ତରୀ ଟିମ୍ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ବି ସେ ବିପଦମୁକ୍ତ ନ ଥିବା ଜଣାପଡିଛି ।
Discussion about this post