Report Card Odisha

| Daily Odia News

ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇଲା ଅଷ୍ଟ୍ରେଲିଆ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ କରୋନା ପ୍ରକୋପ ବଢି ବଢି ଚାଲିଛି । ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏପରିକି ନିୟମ ଉଲ୍ଲଂଘନକାରୀଙ୍କୁ ୫ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ଏଥିସହ ଜରିମାନା ବି ଦେବାକୁ ହେବ । ସାମୟିକ ସମୟ ପାଇଁ ଏହି କଟକଣା ଜାରି କରିଛନ୍ତି ଅଷ୍ଟ୍ରେଲିଆ ସରକାର । ଭାରତରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଥିବାରୁ ଭାରତୀୟ ପର୍ୟ୍ୟଟକ ଓ ସେଠାରେ ରହୁଥିବା ଅଷ୍ଟ୍ରେଲୀୟ ନାଗରିକ ଏବେ ଅଷ୍ଟ୍ରେଲିଆ ଫେରିବାକୁ ଚାହୁଁଛନ୍ତି । ଏଭଲି ସ୍ଥିତିରେ କଠୋର ପଦକ୍ଷେପ ନେଇଛନ୍ତି ସରକାର । ଆସନ୍ତା ୩ତାରିଖରୁ ଏହି ନିମୟ ଲାଗୁ ହେବ । ଗତକାଲି ଭାରତରୁ ସବୁ ବିମାନସେବାକୁ ମେ ୧୫ ଯାଏ ବାତିଲ କରିଥିଲା ଅଷ୍ଟ୍ରେଲିଆ । ନୂଆ ପ୍ରତିବନ୍ଧକ ଅନୁସାରେ, ଅଷ୍ଟ୍ରେଲିଆର ବହୁ ନାଗରିକ ଓ କ୍ରିକେଟ ଖେଳାଳି ଏବେ ଭାରତରେ ରହିବାକୁ ବାଧ୍ୟ । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ନେଦରଲ୍ୟାଣ୍ଡ, କାନାଡା, ବ୍ରିଟେନ୍, ସାଉଦି ଆରବ, ଓମାନ୍, ଜର୍ମାନୀ, ହଂକଂ, ସିଙ୍ଗାପୁର, ଇରାନ ଭଳି ଗୋଟିଏ ଡର୍ଜନରୁ ଅଧିକ ଦେଶ ଭାରତରୁ ଓ ଭାରତକୁ ବିମାନ ଉଡ଼ାଣକୁ ରଦ୍ଦ କରିଛନ୍ତି ।

Breaking News