ରିପୋର୍ଟ କାର୍ଡ / କରଞ୍ଜିଆ
୪୯ ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍ । ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଯାଇଥିବା ବେଳେ ଦୁର୍ଘଟଣାରୁ ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ରାଉରକେଲାରୁ କେନ୍ଦୁଝରକୁ ‘ପାଢ଼ୀ’ ନାମକ ଏକ ଯାତ୍ରୀବାହୀ ବସ୍ ଆସୁଥିବା ବେଳେ କାଞ୍ଜିପାଣି ଘାଟି ନିକଟରେ ନିଆଁ ଲାଗିଯାଇଥିଲା । ବସରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ । ଫଳରେ ଯାତ୍ରୀ ମାନଙ୍କର କୌଣସି ଅସୁବିଧା ହୋଇନାହିଁ । ହେଲେ ବସଟି ଜଳିଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….