Report Card Odisha

| Daily Odia News

ଆଜି ହିଜାବ ବିବାଦର ଶୁଣାଣିି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦର ହେବ ଶୁଣାଣି | ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ଥିଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ବୁଧବାର ଦିନ ସାଢ଼େ ଦୁଇଟା ବେଳେ ଏହି ମାମଲାର ଶୁଣାଣି କରିବେ। ଏହି ମାମଲା ମଙ୍ଗଳବାର ଶୁଣାଣି ହେବାର ଥିବା ବେଳେ କୋର୍ଟ ଏହାକୁ ବୁଧବାର ଯାଏ ମୁଲତବି ରଖିଛନ୍ତି। ଗତକାଲିର ଶୁଣାଣିରେ ବରିଷ୍ଠ ଓକିଲ ଦେବଦତ୍ତ କାମାତ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ। ସେ ଏକ ଦକ୍ଷିଣ ଆଫ୍ରିକୀୟ କୋର୍ଟ ରାୟର ଉଦାହରଣ ଦେଇଥିଲେ, ଯେଉଁଠି ପ୍ରଶ୍ନ ଥିଲା ଜଣେ ଦକ୍ଷିଣଭାରତୀୟ-ମୂଳ ହିନ୍ଦୁ ଝିଅ ନାକରେ ନୋଥ ପିନ୍ଧିପାରିବ ନା ନାହିଁ। ଏହା ୟୁନିଫର୍ମ (ଗଣବେଶ)ର ମାମଲା ନୁହେଁ, ବରଂ ଏହା ଏକ ବ୍ୟତିକ୍ରମର ମାମଲା। କାମାତ କହିଥିଲେ, ଆମ ସମ୍ବିଧାନ ସକାରାତ୍ମକ ଧର୍ମନିରପେକ୍ଷତାକୁ ଅନୁସରଣ କରେ, ଯାହା ତୁର୍କିଶ ଧର୍ମନିରପେକ୍ଷତା ପରି ନକାରାତ୍ମକ ନୁହେଁ। ଆମ ଧର୍ମନିରପେକ୍ଷତା ସମସ୍ତଙ୍କ ଧାର୍ମିକ ଅଧିକାରକୁ ସୁରକ୍ଷିତ ରଖେ। ତେବେ ମଙ୍ଗଳବାରର ଶୁଣାଣି ଅଧା ରହିଥିଲା ଏବଂ ଆଜି ଏହାର ଶୁଣାଣି ହେବ ବୋଲି କହିଛନ୍ତି। ପୂର୍ବରୁ ଶୁଣାଣି ଶେଷ ନ ହେବା ଯାଏ କୌଣସି ବି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଧାର୍ମିକ ପୋଷାକ ପିନ୍ଧି ନ ଆସିବାକୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

 

Breaking News