ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା । ପଞ୍ଚୁକର ଆଜି ଶେଷ ଦିବସ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି । ପରମ୍ପରା ସହ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଆ, କା, ମା, ବୈ… ଗୀତ ସହ ହୁଳହୁଳିରେ ପ୍ରକମ୍ପିତ ପରିବେଶ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଜଳାଶୟରେ ପୋଲିସ ମୁତୟନ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ରଧାମ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼ । ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଆଜିର ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଥାଏ।






More Stories
ବିଜେଡି ନେତାଙ୍କ ଘରେ IT ରେଡ…..
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ…..
ପୀତବାସଙ୍କ ସପକ୍ଷରେ ଲଢିବେ ୨୦୯ ଆଇନଜୀବୀ…..