ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ମେ’ ୧ ରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କରୋନା ଟିକା ପାଇଁ ପଞ୍ଜିକରଣ କରିଛନ୍ତି। ଏହା ପୂର୍ବରୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କହିଛନ୍ତିକି ଏବେ ଯାଏଁ ଭ୍ୟାକସିନ ପହଞ୍ଚିନି। ସେ ଲଗାତାର କମ୍ପାନୀ ସହ ଯୋଗାଯୋଗ କରୁଛନ୍ତି ଏବଂ ଆସନ୍ତାକାଲି କିମ୍ବା ପହରଦିନ ସୁଦ୍ଧା ଭ୍ୟାକସିନ ଆସିଯିବ ବୋଲି ସେ ଆଶା କରିଛନ୍ତି। କହିଛନ୍ତି କି ପ୍ରଥମେ ୩ ଲକ୍ଷ କୋଭିଶିଲ୍ଡ ଭ୍ୟାକସିନ ଆସିବ। ଭ୍ୟାକସିନ ଆସିଲେ ଆମେ ଆପଣଙ୍କୁ ଜଣାଇବୁ, ଯେଉଁମାନଙ୍କର ପଞ୍ଜିକରଣ ହୋଇଛି ସେମାନେ ଟିକା ନେବାକୁ ଆସିବେ। ଟିକା ସମସ୍ତଙ୍କୁ ଦିଆଯିବ କିନ୍ତୁ ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଶନିବାର ରବିବାର ସୁଦ୍ଧା ଦୁଇଟି ଭ୍ୟାକସିନ କମ୍ପାନୀ ୬୭-୬୭ ଲକ୍ଷ ଡୋଜ ପଠାଇବେ ବୋଲି ସେ ଆଶା କରିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ଏତିକି ପରିମାଣର ଟିକା ଯୋଗାଇବାକୁ ସେ କମ୍ପାନୀକୁ କହିଛନ୍ତି। ଏଥିପାଇଁ ସେ କମ୍ପାନୀ ସହ କଥା ହୋଇଛନ୍ତି ଯେ କେବେ କେବେ ଟିକା ଯୋଗାଇବେ। ଆଗାମୀ ୩ ମାସରେ ସମ୍ପୂର୍ଣ୍ଣ ଦିଲ୍ଲୀବାସୀଙ୍କୁ ଟିକା ଦେବାପାଇଁ ପୁରା ଯୋଜନା କରିସାରିଛନ୍ତି କିନ୍ତୁ ଦୁଇ କମ୍ପାନୀ ତାଙ୍କୁ କେବେ ସୁଦ୍ଧା ଭ୍ୟାକସିନ ଦେବେ ତା’ ଉପରେ ସବୁ ନିର୍ଭର କରୁଛି କହିଛନ୍ତି କେଜ୍ରିୱାଲ। ଯଦି ପର୍ଯ୍ୟାପ୍ତ ମାତ୍ରାରେ ଭ୍ୟାକସିନ ଉପଲବ୍ଧ କରାଯାଏ ତାହେଲେ ଆଗାମୀ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ଦିଆଯିବ। ସମସ୍ତେ ଟିକା ନିଶ୍ଚୟ ନିଅନ୍ତୁ। ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିପାଇଁ ଆପଣମାଙ୍କ ସହଯୋଗ ଦରକାର। ଏହା ଏକ ବହୁତ ବଡ କାର୍ଯ୍ୟକ୍ରମ। ଆଗାମୀ କିଛି ଦିନ ଯାଏଁ ଟିକାକରଣ କେନ୍ଦ୍ରରେ ଭିଡ ନ କରିବାକୁ ଅରବିନ୍ଦ କେଜ୍ରିୱାଲ ନିବେଦନ କରିଛନ୍ତି ।
More Stories
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କୁମ୍ଭ ମେଳାର ଭକ୍ତ ଙ୍କୁ ନେଇ ରାଜନୀତି…..
ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଉପହାର….