ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ବଢ଼ିବାରେ ଲାଗିଛି | ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେକାବୁ। ସଂକ୍ରମଙ୍କୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରି ଘୋଷଣା କରିଛନ୍ତି। ଦିଲ୍ଲୀରେ ପ୍ରତିଦିନ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପୂର୍ବରୁ ମଧ୍ୟ ଅନେକ ବଡ ନିଷ୍ପତ୍ତି ନେଇ ସାରିଛନ୍ତି। ସ୍ଥିତି ସଙ୍ଗୀନ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଦିଲ୍ଳୀର ସମସ୍ତ ସ୍କୁଲ, କଲେଜ୍ ବନ୍ଦ ଘୋଷଣା କରିଛନ୍ତି।ଦିଲ୍ଲୀରେ କରୋନାର ଚତୁର୍ଥ ଲହର ବଢିବାରେ ଲାଗିଛି। ଗୁରୁବାର ୭୪୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ କେସ୍। କରୋନା ଯୋଗୁଁ ରାଜଧାନୀରେ ଆଉ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧,୧୫୭କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ସଂକ୍ରମଣ ହାର ୬.୧ପ୍ରତିଶତରୁ ବୃଦ୍ଧି ଘଟି ୮.୧ ପ୍ରତିଶତରେ ପହଞ୍ଚିଛି। ଚଳିତ ବର୍ଷ ପ୍ରଥମ ଥର ଗୋଟିଏ ଦିନରେ ୭୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ପାଞ୍ଚ ହଜାରରୁ ଅଧିକ ନୂତନ କେସ୍ ସାମ୍ନାକୁ ଆସିଥିଲା।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….