Report Card Odisha

| Daily Odia News

ରାଜ୍ୟରେ ଆଉ ୩୧୦ କରୋନା ରୋଗୀ ସୁସ୍ଥ…..

Recovery and covid, pictured by word Recovery and viruses to symbolize that Recovery is related to coronavirus pandemic, 3d illustration

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ଆଉ ୩୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୩୯ ହଜାର ୨୦୦ ଜଣ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଗୁରୁବାର ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ସୁନ୍ଦରଗଡରୁ ୩୮, ଖୋର୍ଦ୍ଧା ୨୬, ମୟୂରଭଞ୍ଜ ୧୯, ବରଗଡ ଓ ଗଞ୍ଜାମରୁ ୧୮, କଟକଓ ସମ୍ବଲପୁରରୁ ୧୭, ଝାରସୁଗୁଡା ୧୫, କଳାହାଣ୍ଡି ୧୩, ବଲାଙ୍ଗିର ୧୦, ଅନୁଗୁଳ ୯, ଯାଜପୁର ୭, ବାଲେଶ୍ବର, ପୁରୀ, କୋରାପୁଟ ଓ ରାୟଗଡାରୁ ୬, ସୋନପୁର ୪, ଭଦ୍ରକ, ନବରଙ୍ଗପୁର, ନୟାଗଡରୁ ୩, ଜଗତସିଂପୁର ଓ କେନ୍ଦ୍ରପଡାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍‌ ପୋଲରୁ ୪ ଜଣ ସୁସ୍ଥ ହୋଇଛନ୍ତି ।

 

Breaking News