ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜିତିଲେ ଆସ୍ଥା ଭୋଟ । ଆମ୍ ଆଦମୀ ପାର୍ଟିର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ବିଜେପି ଦାବି କରିଥିଲା | ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଭୁଲ ପ୍ରମାଣିତ କରିବା ପାଇଁ ଆସ୍ଥା କରିବାକୁ କହିଥିଲେ। ଆଜି ବିଧାନସଭାରେ ଆସ୍ଥା ଭୋଟ କରାଯାଇଥିବା ବେଳେ କେଜ୍ରିୱାଲ ବହୁମତରେ ବିଜୟୀ ହୋଇଥିବା ସୂଚନା ମିଳିଛି । ୫୮ଜଣ ବିଧାୟକ ଆସ୍ଥା ଭୋଟରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ସପକ୍ଷରେ ଭୋଟ ଦେଇଥିଲେ। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଥିବାବେଳେ ବିଜେପିର ୮ଜଣ ବିଧାୟକ ଅଛନ୍ତି। ଆସ୍ଥା ଭୋଟ ଜିତିବା ପରେ କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଦିଲ୍ଲୀରେ ଗୋଟିଏ ବି ଆପ୍ ବିଧାୟକଙ୍କୁ କିଣିପାରି ନାହିଁ। ଆମର ବିଧାନସଭାରେ ୬୨ଜଣ ବିଧାୟକ ଅଛନ୍ତି। ସେ ମଧ୍ୟରୁ ୫୮ଜଣ ମୋ ସପକ୍ଷରେ ଭୋଟ ଦେଇଛନ୍ତି। ବାକି ୪ଜଣଙ୍କ ମଧ୍ୟରୁ ଦୁଇଜଣ ଦେଶ ବାହାରେ, ଜଣେ ଜେଲରେ ଥିବା ବେଳେ ଚତୁର୍ଥ ସଦସ୍ୟ ହେଉଛନ୍ତି ଗୃହର ବାଚସ୍ପତି। ମୁଁ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ଚାହୁଁଥିଲି, ଯାହା ଦ୍ବାରା ଦିଲ୍ଲୀର ଲୋକଙ୍କ ସାମ୍ନାରେ ଏହା ପ୍ରମାଣିତ ହୋଇପାରିବ ଯେ ବିଜେପିର ‘ଅପରେସନ୍ ଲୋଟସ୍ ଏବେ ‘ଅପରେସନ୍ କିଚଡ୍’ ହୋଇଯାଇଛି। ରାଜନୈତିକ ପ୍ରଚାର ପ୍ରସାର ପାଇଁ ତଥା ତାଙ୍କ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କେଜ୍ରିୱାଲ ବିଧାନସଭାକୁ ବ୍ୟବହାର କରିଥିବା ଅଭିଯୋଗ କରିଛି ବିଜେପି।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..