Report Card Odisha

| Daily Odia News

କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିଓ୍ବାଲ୍‌, କାହା ସହ ଝଗଡ଼ା କରିବା ଠିକ୍‌ ନୁହେଁ,ସବୁ ବେଳେ ରାଜନୀତି ହେଲେ ଦେଶ କେମିତି ଆଗକୁ ବଢ଼ିବ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ସରକାରଙ୍କ ଘର ଘର ରାସନ ଯୋଜନାକୁ କେନ୍ଦ୍ର ସରକାର ନାମଞ୍ଜୁର କରୁଛନ୍ତି । ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ | ବୁଧବାର ସେ ଏକ ଟ୍ବିଟ୍‌ ମାଧ୍ୟମରେ ଜଣାଇଛନ୍ତି କେନ୍ଦ୍ରର ଚିଠି ଆମର ଯୋଜନାକୁ ଖାରଜ କରିଦେଇଛି। ସବୁ ବେଳେ କାହା ସହ ଝଗଡ଼ା କରିବା ଠିକ୍‌ ନୁହେଁ। କେଜ୍ରିଓ୍ବାଲ୍‌ ବେଙ୍ଗଲ, ଲାକ୍ଷାଦ୍ବୀପ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟର ଉଦାହରଣ ଦେଇ ଲେଖିଛନ୍ତି ଏତେ ଝଗଡ଼ା ହେଲେ ଦେଶ କେମିତି ଆଗକୁ ବଢ଼ିବ? ଏହା ସେ ଆହୁରି ମଧ୍ୟ ଲେଖିଛନ୍ତି, ‘କେନ୍ଦ୍ରର ଚିଠି ଆସିଛି। ରାସନ ଗାଡ଼ି ଟ୍ରାଫିକରେ ଫସିଲେ କିମ୍ବା ଖରାପ ହେଲେ ତୃତୀୟ ମହଲାକୁ ରାସନ କେମିତି ପହଞ୍ଚିବ କାରଣ ଦର୍ଶାଇ ଆମ ଯୋଜନାକୁ ନାମଞ୍ଜୁର କରାଯାଇଛି। ଏକବିଂଶ ଶତାବ୍ଦୀରେ ଭାରତ ଚନ୍ଦ୍ରରେ ପହଞ୍ଚିଲାଣି କିନ୍ତୁ ଆପଣ ତୃତୀୟ ମହଲାରେ ଅଟକିଗଲେ।’ ଅନ୍ୟ ଏକ ଟ୍ବିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ ସବୁ ବେଳେ କାହା ସହ ଝଗଡ଼ା କରିବା ଉଚିତ ନୁହେଁ। ଟ୍ବିଟ୍‌ର, ଲାକ୍ଷାଦ୍ବୀପ, ମମତା ଦିଦି, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ସରକାର, କୃଷକ, ବ୍ୟବସାୟୀ, ପଶ୍ଚିମବଙ୍ଗର ମୁଖ୍ୟ ସଚିବ ପର୍ଯ୍ୟନ୍ତ ଝଗଡ଼ା। ଏତେ ଝଗଡ଼ା ଏବଂ ସବୁ ବେଳେ ରାଜନୀତି ହେଲେ ଦେଶ କେମିତି ଆଗକୁ ବଢ଼ିବ ? ଘର ଘର ରାସନ ଯୋଜନା ରାଷ୍ଟ୍ର ହିତରେ ହୋଇଥିଲା। ଏହା ଉପରେ ଝଗଡ଼ା କରନ୍ତୁ ନାହିଁ।’ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ଘର ଘର ରାସନ ଯୋଜନା ରଦ୍ଦ ହେବାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କେନ୍ଦ୍ର ଖାଦ୍ୟ ଏବଂ ବିତରଣ ସଚିବଙ୍କ ପତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ସିସୋଡିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ସଚିବ ପତ୍ର ଲେଖି ଯୋଜନା ବନ୍ଦ କରିବା ପାଇଁ ଅଜବ ବାହାନା କରୁଛନ୍ତି। ରାଜ୍ୟରେ ରାସନ କେମିତି ବଣ୍ଟାଯିବ ଏହା ରାଜ୍ୟ ସରକାରଙ୍କ କାମ ହୋଇଥିବା ବେଳେ ଏଥିରେ କେନ୍ଦ୍ର ସରକାର ନିଜର ମାଲିକାନା ଜାହିର କରୁଥିବା ମନୀଷ ସିସୋଡିଆ ଅଭିଯୋଗ କରିଛନ୍ତି ।

Breaking News