ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ରାଜନଗର ବ୍ଲକ ତାଳଚୁଆଠାରେ ମଙ୍ଗଳବାର ଘଟିଛି ଏକ ଅଘଟଣ। ତାଳଚୁଆଠାରେ ଯାତ୍ରା କରୁଥିବା ଯାତ୍ରା ରଙ୍ଗମହଲର କଳାକାରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। କଳାକାରଙ୍କ ନାମ ପ୍ରକାଶ ଗୋଚ୍ଛାୟତ(୩୨)। ତାଙ୍କ ଘର କିଶନ ନଗର ବୋଲି ଜଣାପଡ଼ିଛି। ମଙ୍ଗଳବାର ପ୍ରଚାର ଗାଡ଼ିକୁ ଧୋଉଥିବାବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..